oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ସ୍ଥାନୀୟ ଭୁଲିଆ ମେହେର ଧର୍ମଶାଳା ଠାରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ଏଥିରେ ମଂଚର ଉପସଭାପତି ଇଂ ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଓ ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ଅତିରିକ୍ତ ସାଧାରଣ ସଂପାଦକ ମନୋରଂଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ଦର୍ଜୀ, କୋଷାଧ୍ୟକ୍ଷ ବିରଂଚି ହୋତା ତଥା ଭୁଲିଆ ମେହେର ସମାଜର ସଭାପତି ଇଂ ହରେକୃଷ୍ଣ ମେହେର ମଂଚାସୀନ ଥିଲେ । ଯୁଗ୍ମ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ପ୍ରଥମରେ ଜଗତରନାଥ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଇଂ. ସାହୁ ଓ ଇଂ. ମେହେର । ଆଲୋଚନା ମାଧ୍ୟମରେ ବିଭିନ୍ନ ବକ୍ତାମାନେ ପ୍ରକାଶ କରିଥିଲେ ୬୦ବର୍ଷ ହୋଇଗଲା ପରେ ଆମ୍ଭେମାନେ ବରିଷ୍ଠ ନାଗରିକ କିନ୍ତୁ ଆମ୍ଭେମାନେ ଆମ୍ଭର କାର୍ଯ୍ୟକାଳ ସମୟର ବୁଦ୍ଧି, ବିବେକ ଇତ୍ୟାଦିକୁ ସମାଜରେ ବାଣ୍ଟିବା ଆମ୍ଭର ପ୍ରଥମ କର୍ତ୍ତବ୍ୟ । ବରିଷ୍ଠ ନାଗରିକ ହେବା ପୂର୍ବରୁ ଯେ କୌଣସି ବୃତ୍ତିରେ କାର୍ଯ୍ୟ କରିଥାଉଁ କିନ୍ତୁ ବର୍ତ୍ତମାନ ସମାଜ ପ୍ରତି କର୍ତ୍ତବ୍ୟନିଷ୍ଟ ପରାୟଣ ହୋଇ ସମାଜକୁ ଆଗେଇ ନେବା ପାଇଁ ଆମ୍ଭେମାନେ ପରାମର୍ଶ ଦେବା ଜରୁରୀ । ଏତଦ୍‌ ବ୍ୟତିତ ବରିଷ୍ଠ ନାଗରିକମାନେ ନିଜ ନିଜ ପରିବାର ସଦସ୍ୟ, ବନ୍ଧୁବାନ୍ଧବମାନଙ୍କ ସହିତ ଉତ୍ତମ ବୁଝାମଣା କରି ଶାନ୍ତିରେ ଚଳିବା, ନିଜର ସ୍ୱାସ୍ଥ୍ୟ ନିଜେ ବୁଝି ଯତ୍ନବାନ ହେବା, କାହା ସହିତ କଳିଗୋଳ ନ କରି କିମ୍ବା ସମସ୍ତଙ୍କୁ ପାରୁପର୍ଯ୍ୟନ୍ତ ସହଯୋଗ କରିବା ବାବଦରେ ବକ୍ତାମାନେ ପ୍ରକାଶ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଇଂ. ହରେକୃଷ୍ଣ ମେହେର, ଶିବ ଶଙ୍କର ଖୁଆସ, ପ୍ରମୋଦ କୁମାର ଗୁରୁ, ଚିତ୍ତ ରଂଜନ ପଟେଲ, ଅନ୍ତର୍ଯ୍ୟାମୀ ପୁରୋହିତ, ଦ୍ୱାରିକାନାଥ ପଟେଲ, ପୀତବାସ ପଣ୍ଡା, ଗୋବିନ୍ଦ ମିଶ୍ର, ବାସୁଦେବ ମେହେର, ଡ. ଯୁଗଲ କିଶୋର ମେହେର, କପିଳେଶ୍ୱର ଖମାରୀ, ପ୍ରଭାକର ମିଶ୍ର, ଇଂ. ପ୍ରଫୁଲ୍ଲ କୁମାର ସାହୁ, ସୁଧାଂଶୁ ଶେଖର ଦର୍ଜି, ବିରଂଚି ହୋତା, ବିଜୟ ମିଶ୍ର, ଡ. ଲମ୍ବୋଦର ମେହେର, ଅଶୋକ ଚାନ୍ଦ, ପ୍ରମୋଦ ମିଶ୍ର । ଶେଷରେ ଧନ୍ୟବାଦ ଦେଇଥିଲେ ମନୋରଂଜନ ମିଶ୍ର ।

jittmm
Leave A Reply

Your email address will not be published.