oom

ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ତା’ଙ୍କ କରକମଳରେ ବାରିପଦା ସହରରେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମନ୍ତୀ କହିଥିଲେ ଯେ ବାରିପଦା ସହରବାସୀଙ୍କ ପାଇଁ ଏଗୁଡିକର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପକାର୍ଯ୍ୟ ଗୁଡିକ ହାତକୁ ନିଆଯାଇଛି । ଯେପରିକି ସହରରେ ବର୍ଷା ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରମ କାର୍ଯ୍ୟଳୟ ନିକଟ, ତୁଳସୀ ଚଉରା, ଷ୍ଟେସନ ବନ୍ଧ ନିକଟ, ଦୋଳି ପଡିଆ ଏବଂ ଭଂଜପୁର ଷ୍ଟେସନ ନିକଟରେ ନାଳ ନିର୍ମାଣ ଓ ଶବ ସତ୍କାର ପାଇଁ ଦାରୋଗାଡାହି, ବାରୁଣୀ ଓ ବେଲଗଡିଆ ଠାରେ ଶ୍ମଶାନ ନିର୍ମାଣ କରାଯିବ । ୧୦ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ଏହି ୮ ଗୋଟି ପ୍ରକଳ୍ପର ଆଜି ଶିଳାନ୍ୟାସ କରାଗଲା । ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାପରେ ମନ୍ତ୍ରୀ ବାରିପଦା ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ବାରିପଦା ସହରର ବିଭିନ୍ନ ୱାର୍ଡର ଅତ୍ୟନ୍ତ ଗରିବ ଶ୍ରେଣୀ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୩ ଜଣ ହିତାଧିକାରୀକାରୀଙ୍କୁ କାର୍ଯ୍ୟା ଦେଶ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବାରିପଦା ପୌର ପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ । ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.