ppurohit

ନଦୀୟା ବିହାରୀଙ୍କ ପାଇଁ ଶୋକସଭା

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଙ୍କୁର ଶିଶୁ ସାହିତ୍ୟ ଅନୁଷ୍ଠାନ ଓ ଅକ୍ଷର ଶିଶୁ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ବଡଭାଇ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡା. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ କୋଭିଡ୍‌ ଗାଇଡ ଲାଇନ ପାଳନ ପୂର୍ବକ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅକ୍ଷର ସଂପାଦକ ହୃଷୀକେଶ ପୁରୋହିତ, ମଠଖାଇର ସଂପାଦକ ମଦନ ମୋହନ ରଥ, ଅଙ୍କୁର ଶିଶୁ ସାହିତ୍ୟ ଅନୁଷ୍ଠାନର ସଭାପତି କସ୍ତୁରୀ ରଥ, ସମାଜକର୍ମୀ ଅରୁଣ ଖୁଆସ, ବଳିଷ୍ଠ ପଧାନ, ନାମଯଜ୍ଞ ମିଶ୍ର, ଦୁର୍ଗା ଚରଣ ସାହୁ, ସୁବାଷ ଦାସ, ସୁନାଧର ବନଛୋର, ଧୃବ ଚରଣ ସାହୁ ପ୍ରମୁଖ କର୍ମକର୍ତ୍ତା ନଦୀୟା ବିହାରୀ ମହାନ୍ତିଙ୍କ ଶିଶୁ ସାହିତ୍ୟ କ୍ଷେତ୍ରରେ ଦୀର୍ଘ ଦିନର ସାଧନାକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.