ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଠ କରିଛି

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗୋଟେ ନାଚବାଲିର ଦୁଃଖ କାହାଣୀକୁ ଆଧାର କରି ରବିବାର ଭୁବନେଶ୍ୱରର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ରରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ନିର୍ଦ୍ଦେଶନା ଦେଇଥିବା ବେଳେ ଛତ୍ରପୁରର ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥିଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରିପାରିଛି । କିନ୍ନର ଆଇସା ବେହେରା ଓ ବିଭୁଦତ୍ତ ଦାସ ଏଥିରେ ନାଚବାଲି ଭୂମିକାରେ ଅଭିନୟ କରୁଥିବା ବେଳେ ଛତ୍ରପୁରର ସୁଧାଂଶୁ ଏଥିରେ ସେମାନଙ୍କ ପରିଚାଳକର ଭୁମିକା ନିର୍ବାହ କରିଛନ୍ତି । ସୁମିତ୍ ଦିକ୍ଷ୍‌ସିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରଚିତ ହୋଇଥିବା ଗୀତଗୁଡିକୁ କଣ୍ଠ ଦାନ କରିଛନ୍ତି ସ୍ମୃତିଶ୍ୱର । ସେହିପରି କାହାଣୀକୁ ଲେଖିଛନ୍ତି ଅନ୍ତର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ । ଗଞ୍ଜାମର ସଖୀ ନାଚକୁ ଏହି ଚଳଚିତ୍ରରେ ପ୍ରାଧାନ୍ୟ ଦିଆଯାଇଥିବା ନାଚବାଲିମାନଙ୍କ ଦୁଃଖଦ ଜୀବନ ଶୈଳୀକୁ ଏଥିରେ ଉପସ୍ଥାପନ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ହଜି ଯାଉଥିବା ଲୋକକଳାକୁ ପୁନଃ ଜୀବିତ କରାଯାଇପାରିବ ଓ ଏହି କ୍ଷୁଦ୍ର ଚଳଚିତ୍ରଟି ଆଗକୁ ଅଧିକ ଲୋକପ୍ରିୟତା ହାସଲ କରିପାରିବ ବୋଲି ଆଶା ରଖିଛନ୍ତି ଛତ୍ରପୁରର ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି । ସେ ପୂର୍ବରୁ ବିଭିନ୍ନ ନୃତ୍ୟ କଳା ମାଧ୍ୟମରେ ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ମାନୀତ ହୋଇଛନ୍ତି । ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ଠାରେ ନୃତ୍ୟ ଏକାଡେମୀ ଖୋଲି ଶିଶୁମାନଙ୍କ ଠାରୁ ଯୁବ କଳାକାର ମାନଙ୍କୁ ନୃତ୍ୟର ତାଲିମ ପ୍ରଦାନ କରୁଛନ୍ତି ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି ।

Leave A Reply

Your email address will not be published.