କଂଟାବାଂଜି ଏନ୍‌ଏସିକୁ ରାଜ୍ୟର ଏକ ନମ୍ବର କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ : ବିଧାୟକ ସାଲୁଜା

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ୱାୟତ ଶାସନ ଦିବସ ଅବସରରେ କଂଟାବାଂଜି ଏନ୍‌ଏସି ଦ୍ୱାରା ପ୍ରଥମ ଥର ପାଇଁ ପରିଷଦର କର୍ମଚାରୀମାନଙ୍କ ଏକ ଗଣ ଦୌଡ ପ୍ରତିଯୋଗିତା ହୋଇଥିଲା । ଏହା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମଂଦିରଠାରୁ ଏନ୍‌ଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଦୌଡ ପ୍ରତିଯୋଗିତା ହୋଇଥିଲା । ଏହି ଗଣଦୌଡ ପ୍ରତିଯୋଗିତାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଏନ୍‌ଏସିର ସମସ୍ତ କର୍ମଚାରୀ ଓ କାଉନସିଲର ସଭ୍ୟା/ସଭ୍ୟଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ ପୃଥକ ପୃଥକ ଗଣ ଦୌଡ ହୋଇଥିଲା । ଗଣ ଦୌଡ ପରେ ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ, ଭାରାପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଅମୃତଲାଲ ବେହେରା, ଏମ୍‌ଇ ଇଂ. ଅଶୋକ କୁମାର ପଟ୍ଟନାୟକ, ସିଓ ଜ୍ୟୋସ୍ନାମୟୀ ବାରିକ, ସମସ୍ତ କାଉନସିଲର ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ । ଏହା ପରେ ଏକ ସାଧାରଣ ସଭାରେ କର୍ମଠ କର୍ମଚାରୀ ଏବଂ ପୁରୁଷ ଗଣଦୌଡରେ ବିକାଶ ତାଣ୍ଡି(ପ୍ରଥମ), ବଳରାମ ସିନ୍ଦୁର(୨ୟ), ଖିରଧର କୁମ୍ଭାର (୩ୟ) ଓ ମହିଳା ଗଣଦୌଡରେ ଶ୍ରୀମତୀ ଆଶା ମଜଖଣ୍ଡ(୧ମ), ସୁରେଖା ରଣା(୨ୟ), ଘଟ ବେଶନ(୩ୟ)ଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!