om academy

ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶୀର୍ଷରେ

jsm

ଭୁବନେଶ୍ୱର : ଇଣ୍ଡିଆ ଟୁଡେ ମୁଡ୍ ଅଫ ଦ ନେସନ୍-୨୦୨୨ ‌ଜନମତ ସର୍ଭେରେ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶୀର୍ଷରେ ରହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଛି । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ମଧ୍ୟ ଲୋକ ପ୍ରଶଂସା କରିଛନ୍ତି । ସର୍ଭେରେ ଉଲ୍ଲେଖ ରହିଛି ଯେ, ୭୬.୭ ପ୍ରତିଶତ ଲୋକ କୋଭିଡ ପରିଚାଳନାରେ ସନ୍ତୁଷ୍ଟ ଅଛନ୍ତି । ତୃତୀୟ ଲହର ଆରମ୍ଭରୁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତୃତୀୟରେ ଏମ କେ ଷ୍ଟାଲୀନ, ଚତୁର୍ଥରେ ଉଦ୍ଧବ ଠାକରେ, ପଞ୍ଚମରେ ପିନାରାୟ ବିଜୟନ ଓ ଷଷ୍ଠରେ ଅରବିନ୍ଦ କେଜରିୱାଲ ।

Leave A Reply

Your email address will not be published.