oom

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ ଯୋଗଦାନ କରି ଛାତ୍ର ଜୀବନରେ ଦୃଢ଼ ଲକ୍ଷ୍ୟ ରଖି ଦୃଢ ସଂଘର୍ଷ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସିତ କରି ଯୋଜନା ମାଧ୍ୟମରେ ଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣ ଓ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତ ପ୍ରକାଶ କରିଥିଲେ । ଜୀବନ ଯୁଦ୍ଧ ସିଏ ହିଁ ଜିତି ପାରେ ଯିଏ ସଦା ସର୍ବଦା ମାନସିକ ସ୍ତରରେ ଦୃଢ଼ ଥାଏ ବୋଲି କହି ଛାତ୍ରୀମାନଙ୍କୁ ଖେଳ ମନୋଭାବ ନେଇ ଏହି ନୂଆ ଓଡିଶା ଅନ୍ତର୍ଗତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଭଲ ଭାବେ ପାଠ ପଢିବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଜୀବନ ବଞ୍ଚିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଅଧ୍ୟାପକ ନରୋତ୍ତମ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଅକ୍ଷୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଦକ୍ଷତାକୁ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ପହଂଚାଇବା ପାଇଁ ଅନୁରୋଧ କରିଥିଲେ । ଏତଦ୍‌ ବ୍ୟତୀତ ବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ମିନତୀ ରଥ, ଅକ୍ଷୟ କୁମାର ପ୍ରଧାନ, ନରୋତ୍ତମ ପଣ୍ଡା, ନିଲେଶ କୁମାର ପାରେଖ, ବବିତା ଦାସ, ରଶ୍ମିରଞ୍ଜନ ସ୍ୱାଇଁ, ଲକ୍ଷ୍ମଣ କୁମାର ବାରିକ, ମହମ୍ମଦ ସଲମାନ ଖାଁ, ଦମୟନ୍ତୀ ଭୋଇ, ସୁନିତା ଦାସ, ହେମନ୍ତ କୁମାର ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପିକା ବବିତା ଦାସ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ମତାମତ ରଖିବା ସହିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.