ଭିତରକନିକାରେ ୨୧୮ ନବରଙ୍ଗୀ ଚଢ଼େଇ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ‘ମ୍ୟାନଗ୍ରୁଭ୍‌ ପିଟା’ ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି । ଗତକାଲି ଗୋଟିଏ ଦିନରେ ୩୬ଟି ଟିମ୍‌ରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ୍‌ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ । ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର ୫ଟି ରେଞ୍ଜ୍‌ ମଧ୍ୟରୁ ୩ଟିରେ ୨୧୮ ନବରଙ୍ଗୀ ଚଢେଇଙ୍କୁ ଚିହ୍ନଟ କରାଯାଇଥିଲା । ଗହୀରମଥା ଓ କୁଜଙ୍ଗ ରେଞ୍ଜରେ ଦେଖିବାକୁ ମିଳି ନ ଥିବା ବେଳେ ମହାକାଳପଡା, ରାଜନଗର ଓ କନିକା ରେଞ୍ଜରେ ଏଭଳି ୨୧୮ଟି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା । କନିକା ରେଞ୍ଜର ଭିତରକନିକା ଫରେଷ୍ଟ ବ୍ଲକ ଅଞ୍ଚଳରେ ସର୍ବାଧିକ ୩୨ଟି ନବରଙ୍ଗୀ ଚଢେଇ ଚିହ୍ନଟ କରାଯାଇଥିଲା । ସୂଚନା ଥାଉ କି, ଗତବର୍ଷଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଏହି ପକ୍ଷୀଙ୍କ ଗଣନା କରାଯାଉଛି । ଗତବର୍ଷ ୧୭୯ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୨୧୮କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷଠାରୁ ୩୯ଟି ପକ୍ଷୀ ଅଧିକ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.