oom

ସରକାରୀ ହାଇସ୍କୁଲ ବରଗଡ଼ରେ ନବନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂକଳ୍ପ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

jsmm

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ “ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶ୍ରୀମତି ଶାନ୍ତି ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥିଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ସମ୍ମାନିତ ଅତିଥିଭାବରେ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ଦିଲ୍ଲୀପ କୁମାର ମେହେର ଯୋଗଦେଇଥିଲେ । ସାଧନକର୍ମୀ ଭାବରେ ଅଭିଜ୍ଞ ଶିକ୍ଷକ ବୀରେନ୍ଦ୍ର ଦାଶ, ସଞ୍ଜୟ ଖମାରୀ, ଯତୀନ୍ଦ୍ର ମେହେର ଏବଂ ଭୀଷ୍ମଦେବ ପଧାନ ଜାତୀୟ ଶିକ୍ଷାନୀତି – ୨୦୨୦, କ୍ୟାରିୟର କାଉନସେଲିଂ, ଡିଜିଟାଲ କୌଶଳ ଓ ପ୍ରଯୋଗ ଆଦି ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନ କରିଥିଲେ । ଏହି ସଙ୍କଳ୍ପ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅମ୍ବାଭୋନା, ଭଟଲି ଏବଂ ବରଗଡ଼ ବ୍ଲକରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସଙ୍କଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହାସଲ କରିଥିବା ଜ୍ଞାନ ଓ କୌଶଳକୁ ସମସ୍ତ ପ୍ରଶିକ୍ଷାର୍ଥୀ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ସାଧନକର୍ମୀ ଶିକ୍ଷକ ସଞ୍ଜୟ ଖମାରୀ, ବୀରେନ୍ଦ୍ର ଦାଶ ସଂକଳ୍ପ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ନିଜସ୍ଵ ମତାମତ ପ୍ରଦାନ କରିଥିଲେ । ସାଧନକର୍ମୀ ଯତୀନ୍ଦ୍ର ମେହେର ପ୍ରଶିକ୍ଷଣ ଉପରେ ଆଧାରିତ କବିତା ପାଠ କରିଥିବା ବେଳେ ପ୍ରଶିକ୍ଷାର୍ଥୀ ସୁରେଖା ସେଠ୍ ଏବଂ ରାଜଶ୍ରୀ ପୁରୋହିତ ନିଜ ଅନୁଭୂତି ଉପସ୍ଥାପନ କରିଥିଲେ । ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଆଦ୍ୟାଶା ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପେଡାଗୋଜିକାଲ କୋର୍ଡିନେଟର ଶ୍ରୀମତି ପୁଷ୍ପାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.