ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଓଡିଆପଳି ଗାଁରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରେଇବା ଉଦ୍ୟମରେ ତିନି ସମ୍ପର୍କୀୟଙ୍କୁ ଖପ୍ରାଖୋଲ ପୋଲିସ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତିନି ଅଭିଯୁକ୍ତ ହେଲେ ଓଡିଆପାଲି ଗାଁର ସାଗର ମାଝୀ (୫୦) ବିଘ୍ନ ଶଗଡ଼ିଆ ( ୨୮) ଓ କନ୍ଦେନଝୁଲା ଗାଁର ଶ୍ରୀକାନ୍ତ ମାଝୀ (୨୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ନାବାଳିକା ଜଣକୁ ବିବାହ କରାଇବା ପାଇଁ ସମସ୍ତ ଉଦ୍ୟମ ହୋଇଥିବା ବେଳେ ସି ଡି ପି ଓ କାର୍ଯ୍ୟାଳୟ ତରଫରୁ ଅଭିଯୋଗ ହୋଇଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୪୯/୨୩ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ ଧାର ୯,୧୦ ଓ ୧୧ ଅନୁସାରେ ମାମଲା ରୁଜୁ କରି ବିବାହ ବନ୍ଦ କରିବା ସହ ଶୁକ୍ରବାର ଦିନ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
Prev Post
Next Post