oom

ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର : ଥାନାର ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ବାପା ମାଆ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ଥାନା କରମତଲା ପଞ୍ଚାୟତସ୍ଥିତ ତୁଷ୍ଟାପାଲି ଲାନ୍ଥନଦୀ କୂଳରୁ ଜଣେ ନାବାଳିକାଙ୍କୁ ଅର୍ଦ୍ଧନଗ୍ନ ତଥା ଅଚେତ ଅବସ୍ଥା ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳକୁ ବଲାଙ୍ଗିର ପୋଲିସ ପହଂଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଅନ୍ୟପଟେ ଗୁରୁବାର ସଇଁତଲା ଥାନାକୁ ନାବାଳିକାଙ୍କ ବାପା ମହାଦେବ ଛତ୍ରିଆ ଓ ମାଆ ସରସ୍ୱତୀ ଛତ୍ରିଆ ପହଂଚି ମୋ ଝିଅକୁ ଦୃଷ୍କର୍ମ କରି ହତ୍ୟା କରଯାଇଛି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ନାବାଳିକାଙ୍କ ବାପା ମା’ ଓ ସାଙ୍ଗରେ ଥିବା ଗାଁର ଯୁବକମାନଙ୍କୁ ବଲାଙ୍ଗିର ଥାନାରେ ଏକ ୟୁଡି ମାମଲା ରୁଜୁ ହୋଇଛି ବୋଲି କହିଥିଲେ । ଏନେଇ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି । ପ୍ରକାଶ ଯେ, ତୁଷ୍ଟାପାଲି ଗାଁର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ (୧୭) ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗସାଥୀଙ୍କ ସହ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ । ତେବେ ନଳିନୀ ଅନ୍ୟ କୁଆଡେ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀମାନେ ନଳିନୀଙ୍କୁ ଖୋଜାଖୋଜି କରିଥିଲେ । ପରେ ଏକ ବୁଦାମୂଳରେ ନଳିନୀ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇ ନଳିନୀଙ୍କୁ ଘରକୁ ଆଣି ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବଲାଙ୍ଗିର ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.