oom

୨ ବାଇକ ମଧ୍ୟରେ ଧକ୍କା : ନାବାଳିକା ସମତେ ୫ ମୃତ

jsmm

ନୂଆପଡା : ରଥଯାତ୍ରା ଦେଖି ଫେରୁଥିବା ବେଳେ ୨ ବାଇକ ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି । ୩୫୩ ନଂ ଜାତୀୟ ରାଜପଥ ପଲସିପାଣିଠାରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପଲସିପାଣି ଗୁଟୁପଡା ଗ୍ରାମର ବୋଲି ଜଣାପଡିଛି । ରଥଯାତ୍ରା ଦେଖି ଶନିବାର ବାଇକରେ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ପଛରୁ ପିଟିଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ସେହିପରି ଶନିବାର ଅପରାହ୍ନରେ ପିପିଲି ଓଭରବ୍ରିଜ ନିକଟରେ ଓଏସଆରଟିସି ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟିଛି । ୩ ଯୁବତୀ ସମ୍ପର୍କୀୟ ଭଉଣୀ । ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ । ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା ।

jittmm
Leave A Reply

Your email address will not be published.