ନାବାଳିକାଙ୍କ ମୃତଦେହ ଉଦ୍ଧାର : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ତୁରେକେଲା, (ପିତାମ୍ବର ଦୀପ) : ନାବାଳିକାଙ୍କ ଆତ୍ମହତ୍ୟା । କାରଣ ଅସ୍ପଷ୍ଟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡଗାଁରେ । ମହଖଣ୍ଡଗାଁର ଶିବାନୀ ଧରୁଆ ନାମ୍ନୀ ଜଣେ ନାବାଳିକା ବେକରେ ଶାଢ଼ି ଦେଇଘର ଭିତରରେ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ଶିବାନୀଙ୍କୁ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣରୁ ନାବାଳିମକା ଜଣକ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ଯାଏ କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନକୁ ଅଣିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.