ଟାଙ୍ଗି : ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଖଇରାପଲି ଗ୍ରାମର ସହଦେଵ ଶବରଙ୍କ ପୁଅ ପ୍ରଦୀପ ଶବର (୧୫) ମାଉସୀ ଘରେ ରହୁଥିଲେ । ତେବେ ଗତକାଲି ଅପରାହ୍ନ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ କେନାଲକୁ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ହୋଇ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ବଡ଼ ପାଟିରେ ଚିତ୍କାର କରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ । ପରେ ସାଙ୍ଗମାନେ ସେଠାରୁ ଦୌଡ଼ି ଯାଇ ମାଉସୀଙ୍କ ଘରେ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ସମ୍ପର୍କୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁଦ୍ଧା ପିଲାକୁ ଉଦ୍ଧାର କରିବାରେ ସଫଳ ହୋଇନଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ସୂଚନା ପାଇ ବବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି । ତେବେ ପ୍ରଦୀପଙ୍କ ପରିବାର ଅତ୍ୟନ୍ତ ଗରିବ ଘର ହୋଇଥିବାରୁ । ସାଧାରଣରେ ମୃତ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ଦାବୀ ହୋଇଛି ।