tur
shyamlal

ସମାଜର ଅବହେଳିତ ତଥା ଅସହାୟ ବୃଦ୍ଧବୃଦ୍ଧାଙ୍କ ସହ ବିଏସ୍‌ ଫିଟ୍‌ନେସ୍‌ର ନିଆରା ନବବର୍ଷ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଏସ୍‌ ଫିଟ୍‌ନେସ୍‌ର ସମସ୍ତ ସଭ୍ୟା ନବବର୍ଷ ଉପଲକ୍ଷେ ସ୍ଥାନୀୟ ସୁଦ୍‌ପଡା ସେଲଟର ହୋମ୍‌ରେ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ମିଶି କେକ୍‌ କାଟିବା ସହ ସମାନଙ୍କର ଆଶୀର୍ବାଦ ଗ୍ରହଣ କରି ନୂଆବର୍ଷ ପାଳନ କରିଥିଲେ । ବିଏସ୍‌ ଫିଟ୍‌ନେସ୍‌ର ନିର୍ଦ୍ଦେଶିକା ସ୍ୱାତି ପଟ୍ଟନାୟକ ବିଏସ୍‌ ଫିଟ୍‌ନେସ୍‌ ତରଫରୁ ବୃଦ୍ଧବୃଦ୍ଧା ମାନଙ୍କୁ ଶାଲ ତଥା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ସୁସ୍ଥ ଜୀବନ ଯାପନ କରିବାକୁ ସେମାନଙ୍କୁ ବିଭିନ୍ନ ଯୋଗାଭ୍ୟାସ ସହ ବ୍ୟାୟାମମାନ ପ୍ରଶିକ୍ଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଏସ୍‌ ଫିଟନେସର ସଦସ୍ୟା ମୁକୁଲ, ରୁବି, ଶିବାନୀ, ଅନନ୍ୟା, ରଜନୀ, ବନ୍ଦିତା, ରିଙ୍କି, କ୍ରିଷ୍ଣା, ଶ୍ରେୟା, ଆଶା ପ୍ରମୁଖ ସହଯୋଗ କରିଥିଲେ । ଏହି ସେଲଟର ହୋମ୍‌ର ଅନ୍ତେବାସୀମାନେ ଏହି ଆୟୋଜନ ପାଇଁ ଖୁସିରେ ଆତ୍ମ ବିଭୋର ହେବା ସହ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଭବିଷ୍ୟତରେ ଗରିବ ଓ ଅବହେଳିତ ମହିଳାମାନଙ୍କ ପାଇଁ ଯୋଗ ଓ ବ୍ୟାୟାମ ଶିବିରମାନ ଆୟୋଜନ କରିବାକୁ ପ୍ରୟାସ କରାଯାଉଥିବା ନିର୍ଦ୍ଦେଶିକା ସ୍ୱାତି ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.