ଆନ୍ଧ୍ରପ୍ରଦେଶରେ : ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ । ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଥିଲା । ବିବାହ ପରେ ବିବାହ ପୋଷାକ ପିନ୍ଧି ନବବଧୂ ନିଜ ସ୍ୱାମୀଙ୍କ ସହ ଶାଶୁ ଘରକୁ ଯାଇଥା’ନ୍ତି । କିନ୍ତୁ, ଆନ୍ଧ୍ରପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ବିବାହର ମାତ୍ର ୩ ଘଣ୍ଟା ପରେ ରହିଥିଲା ପରୀକ୍ଷା । ତେଣୁ ବିବାହ ସାରି ପରୀକ୍ଷା ଦେଇଛନ୍ତି ଜଣେ କନ୍ୟା । ଜଣେ ଦମ୍ପତିଙ୍କର ସକାଳ ୬ଟାରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ନବବଧୂ ଜଣକ ଦିନ ୯ ଟାରେ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଯାଇଥିଲେ ।