oom

ମରଣଯନ୍ତା ପାଲଟିଛି ନବ ନିର୍ମିତ ରାସ୍ତା

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ତଥା ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁକୁ ସହର ସହ ଯୋଡିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ବର୍ଷା ହେଲେ ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡୁଛନ୍ତି।
ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ବ୍ଲକ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମ ପଂଚାୟତ ଦାରପଟା ଓ ଭିର୍କପଡାରେ ତିନି ଶହରୁ ଅଧିକ ଲୋକ ବସବାସ କରନ୍ତି । ପୂର୍ବରୁ ଏହି ଦୁଇ ଗୋଟି ଗ୍ରାମକୁ ପାଦ ଚଲା ରାସ୍ତା ଥିଲେ ମଧ୍ୟ ଯାନବାହାନ ଯାତାୟତ ପାଇଁ ଅସୁବିଧା ଯୋଗୁଁ ପଞ୍ଚାୟତ ତଥା ବ୍ଲକରେ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ୨୦୨୦-୨୧ରେ ଏହି ରାସ୍ତା ଏମଜିଏନଆରଇଜିଏରେ ୫ ଲକ୍ଷ୍ ଅଟକଳ ମୂଲ୍ୟରେ ନୂତନ ଭାବେ କାର୍ୟ୍ୟ ହୋଇଥିଲା । କିନ୍ତୁ ନିମ୍ନ ମାନର କାମ ଯୋଗୁଁ ରାସ୍ତାରେ ଠିକ୍ ଭାବରେ ମାଟି ଓ ମୁରୁମ ବିଛାଯାଇ ନଥିଲା। ଯାହା ଫଳରେ ଦୁଇ ମାସ ନପୁରୁଣୁ କାଦୁଅ ପଚପଚ ଯୋଗୁଁ ଯୋଗାଯୋଗରୁ ବିଛିନ୍ନ ହୋଇ ରହିଛନ୍ତି ଗ୍ରାମବାସୀ । ଏହି ଗାଁ ରାସ୍ତା ଏପରି ହୋଇଛି ଯେ ଚାଲି ଚାଲି ଯିବା କଷ୍ଟକର ହୋଇ ପଡୁଛି । ଏପରିକି ଗାଁକୁ ଆମ୍ବୁଲାନ୍ସ ଆସି ନପାରିବା ଯୋଗୁଁ ରୋଗୀ, ଗର୍ଭବତୀ, ପ୍ରସୂତି ମହିଳା ତଥା ପଞ୍ଚାୟତକୁ ବୃଦ୍ଧ, ବୃଦ୍ଧା ଭତ୍ତା ଓ ପିଡିଏସ୍ ଚାଉଳ ଆଣିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
ଗ୍ରାମରେ କିଛିଦିନ ତଳେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସାନିଟାଇଜର କରିବା ପାଇଁ ଗାଁକୁ ଅଗ୍ନିଶମ ବିଭାଗର ଦମକଳ ଯାଇ ନ ପାରିବା ଯୋଗୁଁ ବିଶୋଧନ ହୋଇ ପାରିନଥିଲା। ଫଳରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ ପୋଲିସ ପ୍ରଶାସନ ଚାଲି ଚାଲି ଗାଁକୁ ଯାଇଥିଲେ।
ଏନେଇ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଦାରପଟା ଓ ଭିର୍କାପଡାବାସୀ ଜରୁରୀକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି କରିବାକୁ ଦାବୀ କରିଛନ୍ତି।

jittmm
Leave A Reply

Your email address will not be published.