ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳେ ଟିଟିଲାଗଡ଼ ମୁକ୍ତିଧାମ ଆଡୁ କୁମୁଡ଼ା ଗ୍ରାମକୁ ଯାଉଥିବା ରାସ୍ତା ତଥା ଧବଳେଶ୍ଵର ମନ୍ଦିରକୁ ଯାଉଥିବା ବୁଲାଣି ରାସ୍ତାକଡ଼ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ସେହି ବ୍ୟକ୍ତିଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଛନ୍ତି । ତେବେ ସେ ବ୍ୟକ୍ତି ଜଣକ କିଏ ଜଣା ପଡ଼ି ନ ଥିବା ବେଳେ ତାଙ୍କର ମୃତ୍ୟୁ କିପରି ହେଲା ? ଏଠାକୁ କିପରି ଆସିଲେ ? ତାଙ୍କୁ କିଏ ମାରିକି ଫିଙ୍ଗି ଦେଇଛି ନା ନିଶାସକ୍ତ ଅବସ୍ଥାରେ ବୁଡି ମୃତ୍ୟୁ ବରଣ କରିଛନ୍ତି ସେ ବିଷୟରେ ପୋଲିସ ତଦନ୍ତରୁ ଜଣାପଡିବ । ତେବେ ଏହି ଘଟଣା ଏବେ ଟିଟିଲାଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
