
ରାଉରକେଲା : ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବତୀ । ଉଦ୍ଧାର ହେଲା ମୃତଦେହ । ମୃତ ଯୁବତୀ ଜଣକ ଚେନ୍ ପୁର ଗାଁର ସୁରେଶ ବେହେରାଙ୍କ ଝିଅ ଅନାସି ବେହେରା ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଆଜି ଭୋର ସମୟରେ ସ୍ଥାନୀୟ ଚେନ୍ ପୁର ଗାଁର ସୁରେଶ ବେହେରାଙ୍କ ଝିଅ ଅନାସି ବେହେରା ଗାଧୋଇବାକୁ ଯାଇଥିଲେ । ତେବେ ସେଠାରେ କୌଣସି କାରଣ ବଶତଃ ତାଙ୍କ ଗୋଡ଼ ଖସି ଯାଇଥିବାରୁ ସେ ବୁଡ଼ି ଯାଇଥିଲେ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ପରେ ନଦୀରେ ଶବ ଭାସୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଥିଲେ । କୁଆଁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।