ବଲାଙ୍ଗିର, (କେପିଏନ୍ଏସ୍) : ମର୍ମନ୍ନ୍ତୁଦ ସଡ଼କ ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲାର ବିଲେଇସର୍ଡ଼ା ଗ୍ରାମ ନିକଟରେ ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ିର ଲାଇଟର ତୀବ୍ର ଆଲୋକରେ୨ ପ୍ରଭାବିତ ହୋଇ ଜଣେ ବାଇକ୍ ଚାଳକ ଦୁର୍ଘଟଣାରେ ପ୍ରାଣ ହାରାଇ ଥିବା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ରାଣୀସର୍ଡ଼ା ଗ୍ରାମର ମନୋଜ ନନ୍ଦ ବୋଲେି ସୂଚନା ମିଳିଛି । ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଗତକାଲି ରାତି ୧୦ଟା ସମୟରେ ପଠାଇଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଅଜଣା ଗାଡ଼ିକୁ ଚିହ୍ନଟ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୃତକଙ୍କ ସଂପର୍କୀୟ ।

Prev Post