oom

ପୁରେନାରେ ଚୈତ୍ର ପୂର୍ଣ୍ଣମାରେ ମୁଠିଯାତ୍ରା ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମରେ ଥିବା ଗ୍ରାମ୍ୟ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ମୁଠିଯାତ୍ରା ଆରମ୍ଭ ହୋଇଥିଲା । ଏହି ମୁଠିଯାତ୍ରାରେ ଧଳା ଧାନକୁ ପୂଜା କରି ଧାନବୁଣା ଆରମ୍ଭ କରିଥିଲେ । ଆଜି ଧଳା ଧାନକୁ ନେଇ ଚାଷୀ ମାନେ ଆସନ୍ତା ଅକ୍ଷୟ ତୃତୀୟା ଦିନ ନିଜ ନିଜ ଜମିରେ ହଳକରି ଧାନକୁ ବୁଣିବେ । ଏ ବର୍ଷ ଧଳା ଧାନର ଚାଷ କଲେ ଠିକ ଅମଲ ହେବ ବୋଲି ପଞ୍ଜିକାରେ ଦର୍ଶାଯାଇଛି । ପାଇକମାଲ ବ୍ଲକ ପୁରେନା ଗ୍ରାମର ଝାଙ୍କର ଶ୍ରୀ ଖଗେଶ୍ବର ଧରୁଆ ଓ ଖପୁରିଡିହୀ ଗ୍ରାମ ଝାଙ୍କର ରାମେଶ୍ଵର ଧରୁଆ ଗ୍ରାମ୍ୟ ଦେବା ଦେବୀଙ୍କୁ ପୂଜା ଅର୍ଚ୍ଚନା କରି ଧଳା ଧାନକୁ ଅର୍ପଣ କରିଥିଲେ । ଚୈତ୍ର ପୂର୍ଣ୍ଣମାରେ ମୁଠୀଯାତ୍ରାରେ ଶ୍ୟାମ ଧରୁଆ, ବିରାଲାଲ ଧରୁଆ, ନିତ୍ୟାନନ୍ଦ ସୁନା, ଦୁର୍ଯ୍ୟୋଧନ ପୁଟା, ଭୁବନ ଧରୁଆ, ମିନିକେତନ ବଗର୍ତ୍ତି, ଗୋବର୍ଦ୍ଧନ ପୁଟା, ରାଜେନ୍ଦ୍ର ବଗର୍ତ୍ତି, ସୁକଦେବ ମାଝୀ, ସୁନ୍ଦର ପୁଟା, କୌଲାସ ମାଝୀ, ମିତ୍ରଭାନୁ ପୁଟା, ଗୁରୁଦେବ ପୁଟା, ନରେଶ ଧରୁଆ, ଶିକାରି ଧରୁଆ, ଚନ୍ଦନ ସିଂ ଦାଉ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.