ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳୀ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । କରୋନା ପ୍ରକୋପରେ ଦୀପାବଳୀ ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମ୍ଧାମ୍ରେ ଏହାକୁ ପାଳନ କରିବେ ରାଜଧାନୀବାସୀ । ତେବେ ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ରବିବାର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଚଳିତବର୍ଷ ଭୁବନେଶ୍ୱର କାଳୀପୂଜା ପାଇଁ ୧୯ଟି ମେଢ ହୋଇଛି । ସେଠାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ସେହିଭଳି ଦୀପାବଳୀ ପାଇଁ ସମସ୍ତ ଥାନା ଅଞ୍ଚଳରେ ଫୋର୍ସ ମୁତୟନ କରାଯିବା ସହ ମୋବାଇଲ୍ ପେଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଇଛି । ଦୀପାବଳୀ ପାଇଁ ୮ ପ୍ଲାଟୁନ ଫୋର୍ସ ରାଜଧାନୀରେ ମୁତୟନ କରାଯାଇଛି । ଦୀପାବଳୀ ଓ କାଳୀପୂଜା ପାଇଁ ମୋଟ ୬ ଜଣ ଅତିରିକ୍ତ ଡିସିପି, ୭ ଏସିପି, ୨୫ ଆଇଆଇସି, ୪୦ ଏସ୍ଆଇ/ଏଏସ୍ଆଇ ଓ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।
Next Post