oum

ଅଯୋଧ୍ୟାରେ ମୂର୍ତ୍ତି ତିଆରି କରିବେ ସୁଦର୍ଶନ ସାହୁ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ପାଇଁ ଗର୍ବ ଆଉ ଖୁସିର ଖବର । ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରରେ ମୂର୍ତ୍ତି ତିଆରି କରିବେ ଓଡ଼ିଶାର ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଏଥିପାଇଁ ସେ ପ୍ରସ୍ତାବିତ ମନ୍ଦିରସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି । ତାଙ୍କୁ ମହାପ୍ରଭୁ ରାମଙ୍କ ପିଲାବେଳର ମୂର୍ତ୍ତି ତିଆରି କରିବା ପାଇଁ ନମୁନା ଦାଖଲ କରିବାକୁ କୁହାଯାଇଛି । ଶିଳ୍ପୀ ସୁଦର୍ଶନଙ୍କ ହାତ ତିଆରି ମୂର୍ତ୍ତି ଅଯୋଧ୍ୟାରେ ପୂଜା ପାଇବେ । ଏଥିସହିତ ଓଡିଶାରୁ ବହୁ ବିରଳ ପଥର ମଧ୍ୟ ସେଠାକୁ ଯିବ ବୋଲି ଜଣାଯାଇଛି । ଏହା ଓଡିଶା ମାଟି ପାଇଁ ଗର୍ବର ବିଷୟ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟ ଶୀଘ୍ର ସାରିବାକୁ ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ରାମ ମନ୍ଦିର କାମ ସାରିବାକୁ ଯୋଜନା ରଖିଛନ୍ତି ଉଭୟ ସରକାର ।

Leave A Reply

Your email address will not be published.