ମୁରିବାହାଲ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଖଡ଼ିଆଳକୁ ହରାଇ ନକଟାଶର ସେମିରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୁଲ୍ୟରେ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ରବିବାର ଅନୁଷ୍ଠିତ ଖଡିଆଳ ଓ ନକଟାଶର ଦଳ ମଧ୍ୟରେ ମ୍ୟାଚ୍‌ ୧-୧ଗୋଲରେ ବରାବର ରହିବାରୁ ୩-୨ଟ୍ରାଇବ୍ରେକରେ ନକଟାଶର ବିଜୟୀ ହୋଇଥିଲା । ରବିବାର ମ୍ୟାଚ୍‌ରେ ବଲାଙ୍ଗିର ଜିଲ୍ଲା ହସ୍ତଶିଳ୍ପ ବିଭାଗ ସହକାରୀ ନିର୍ଦ୍ଦେଶକ ଅଜିତ ପ୍ରସାଦ ଭୋଇ ମୁଖ୍ୟଅତିଥି, ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ସୁନା, ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ନିଲନ କୁମାର ପଟ୍ଟନାୟକ, ଉପବିଭାଗ ଅଧିକାରୀ ନକୁଳ ମାଝୀ, କ୍ରୀଡ଼ାପ୍ରେମୀ ଓ ବରିଷ୍ଠ ଶିକ୍ଷକ ନେତ୍ରମଣି ଭୋଇ, ଜୁନିୟର କଲେଜର ମୁଖ୍ୟ କିରାଣୀ ଅଭିମନ୍ୟୁ ଛୁରା, କିରାଣୀ ସଞ୍ଜୟ ବାଗ ଓ ବିଶ୍ୱବାଣୀର ସାମ୍ବାଦିକ ଗିରିଧାରୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମ୍ୟାଚ୍‌କୁ ରେଫରି ଦୁଷ୍ମନ୍ତ ସାହୁ, ସାନ ଭୋଇ ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ । ଲିଲୁମୋହନ ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ମୁଖ୍ୟ ଆୟୋଜକ ଶ୍ରୀବତ୍ସ ବେହେରା, ସଭାପତି ବଡ଼ ଭୋଇ, କାର୍ଯ୍ୟକାରୀ ସଭାପତି ଭିକି ମହାରଣା, ସାଧାରଣ ସମ୍ପାଦକ ପ୍ରଦୀପ ବଘାର, ସମ୍ପାଦକ ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ ପଦ୍ମଲୋଚନ ବାଗ, ପ୍ରକାଶ ବଘାର, ଯଶୋବନ୍ତ ନାଏକ, ଗୋପୀନାଥ ମାଝୀ, ଦୂର୍ବାଦଳ ଭୋଇ, ଖଗେଶ୍ୱର ଭୋଇଙ୍କ ସହ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ସୋମବାର ବଲାଙ୍ଗିର ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.