ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦଙ୍କ ବାସଭବନରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼ଃ ମୁକୁନ୍ଦ ଦାଶଙ୍କୁ କୁଷ୍ଠ ରୋଗୀଙ୍କ ସେବା, କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କ ସେବାପାଇଁ ନିଜକୁ ସମର୍ପିତ କରିଥିବା ଦେଖି ଓ ଡ଼ଃ ଉପାଧି ପାଇ ଥିବା ପାଇଁ ଲୋକପ୍ରିୟ ସାଂସଦ ବରଗଡ ପ୍ରଦୀପ କୁମାର ପୁରୋହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉ କି ଡ଼ଃ ଦାଶ ୨୦୦୮ ମସିହାରୁ ଅସହାୟ ଲୋକଙ୍କୁ ସେବାପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଛନ୍ତି । ଏଥିପାଇଁ ବିଭିନ୍ନ ଗଣମାଧ୍ୟମ, ଟିଭି ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ସ୍ତରରେ ତାଙ୍କ ସେବା ପାଇଁ ସମ୍ବର୍ଦ୍ଧିତ ହେଇଛନ୍ତି । ଏହି ଉପାଧି ପାଇଁ ବରଗଡ ସାଂସଦ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ସେବା ପାଇଁ ଯେଉଁ ପ୍ରକାର ସହଯୋଗ ଲୋଡ଼ା ଅଛି ସେସବୁ ଯୋଗେଇ ଦେବେ ବୋଲି କହିଛନ୍ତି ।