ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ

କଟକ : ମାଟ୍ରିକ୍‌ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ)-୧ ପରୀକ୍ଷା ଖାତା ଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ମୋଟ୍‌ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତାଦେଖା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩ ହଜାର ୨୯ଟି ସେଣ୍ଟରରେ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେଉଛନ୍ତି । ମାଟ୍ରିକ ସହ ଏକାସମୟରେ ଆରମ୍ଭ ହୋଇଥିବା ମଧ୍ୟମା ଓ ଷ୍ଟେଟ୍‌ ଓପନ ସ୍କୁଲ୍‌ ପରୀକ୍ଷା(ଏସ୍‌ଓଏସସି) ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମଧ୍ୟ ନୋଡାଲ୍‌ ସେଣ୍ଟରରୁ ସଂଗ୍ରହ କରାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଉଛି ।

Leave A Reply

Your email address will not be published.