shyamal

ପାଟଣେଶ୍ୱରୀ ମାଁଙ୍କୁ ନବାନ୍ନରେ ଲାଗିବ ନୂତନ ମୁକୁଟ

  • ଦେବାଳୟ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ହାଇସ୍କୁଲ ପରିସରରେ ଦେବାଳୟ ସୁରକ୍ଷା କମିଟିର ବୈଠକ ପ୍ରଶାନ୍ତ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେବାଳୟ ସୁରକ୍ଷା କମିଟି ବିଭିନ୍ନ କମିଟି ଏବଂ ବଲାଙ୍ଗିରର ବୁଦ୍ଧିଜୀବୀଙ୍କୁ ନେଇ ୨୦୨୧ରେ ଗଠିତ ହୋଇଥିଲା । ୪ ବର୍ଷ ପୁର୍ତ୍ତି ଅବସରରେ ଆଜି ପୁଣି ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ, ଗୋପାଳଜୀ ମନ୍ଦିର, ଲୋକନାଥ ବାବା ମନ୍ଦିର, ଆଟଗାଁ ଜଗନ୍ନାଥ ମନ୍ଦିର ଏବଂ ବଲାଙ୍ଗିରର ବିଭିନ୍ନ ଦେବାଳୟ ମନ୍ଦିରକୁ ନେଇ ରାଜ୍ୟ ସରକାର ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ସହ ବିଭିନ୍ନ ସମୟରେ ଦାବି କରି ଆସୁଥିବା ବେଳେ ଗତ ୨୦୨୩ ମସିହାରେ ମାଁ ପାଟଣେଶ୍ୱରୀ ମନ୍ଦିର ମୁକୁଟ ଭାଙ୍ଗି ଯାଇଥିଲା । ଏ ବିଷୟରେ ଦେବୋତ୍ତର ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ମକୁଟ ମରାମତି ନହେବାରୁ ଦେବାଳୟ ସୁରକ୍ଷା କମିଟି ନିଷତ୍ତି କ୍ରମେ ଜିଲ୍ଲା ପ୍ରଶାସନକୁ ପୁଣି ୨୦୨୪ରେ ଦାବି ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଭାଙ୍ଗିଲା ମୁକୁଟକୁ ଦେବୋତ୍ତର ବିଭାଗ ମରାମତି ପାଇଁ ଆଦେଶ ଦେଇଥିଲେ । ଦେବାଳୟ ସୁରକ୍ଷା କମିଟି ମଧ୍ୟ ଏକ ମୁକୁଟ ନିର୍ମାଣ ପାଇଁ ନିଷ୍ପତି ନେଇ କଟକରୁ ନିର୍ମାଣ ହୋଇ ଆସିଥିଲା ଏବଂ ଆଗାମୀ ନବାନ୍ନ ଦିନ ମାଁଙ୍କୁ ନୂତନ ମୁକୁଟ ଲଗାଇବା ପାଇଁ ଦେବୋତ୍ତର ବିଭାଗକୁ ସୂଚନା ଦେଇଛି । ଏ ବିଷୟରେ ଦେବୋତ୍ତର ମ୍ୟାନେଜର୍‌ ସୁଧିର ଦାଶ ସୂଚନା ଦେଇଛନ୍ତି ଯେ, ଏକ ନୂତନ ମୁକୁଟ ଦେବୋତ୍ତର ବିଭାଗରୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ଦେବାଳୟ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ସଭାପତି ଜୟକୃଷ୍ଣ ମିଶ୍ର, ଉପସଭାପତି ପ୍ରଶାନ୍ତ ମହାକୁର, ସଂପାଦକ ନରେନ୍ଦ୍ର କବାଟ, ସହ-ସଂପାଦକ ଶମ୍ଭୁ ପ୍ରସାଦ ଶତପଥି, କୋଷାଧ୍ୟକ୍ଷ ରିଣ୍ଟୁ ସାହୁ, ଉପଦେଷ୍ଟା କମିଟିରେ ମନରଂଜନ ପୁରୋହିତ, ମଧୁସୁଦନ ନାୟକ, ଅରୁଣ ମିଶ୍ର, ସୁରେନ୍ଦ୍ର ନେଗୀ, ମନୋରଂଜନ ମିଶ୍ର ଏବଂ କମିଟିର ସଦସ୍ୟ ଅଙ୍କୁଶ ପାଣ୍ଡିଆ, ବିବେକାନନ୍ଦ ପଟେଲ, ସଚ୍ଚିଦାନନ୍ଦ ନାଏକ, ଶୁଭମ ଅଗ୍ରୱାଲ ପ୍ରମୁଖ ଚୟନ ହୋଇଥିଲେ । ଆଗାମୀ ଶୁକ୍ରବାର ଦିନ ଦେବାଳୟ ସୁରକ୍ଷା କମିଟି ଜିଲ୍ଲା ପ୍ରଶାସନକୁ ନୂତନ ମୁକୁଟ ପ୍ରଦାନ କରିବ ବୋଲି ସୂଚନା ଦେଇଛନ୍ତି ।

purusottam
Leave A Reply

Your email address will not be published.