କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାର କାର୍ଯ୍ୟରତ ଏଏସ୍ଆଇ ମୁକୁନ୍ଦ ଖେମୁଣ୍ଡୁ ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଗୁରୁବାର ରାତିରେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । ଏଏସ୍ଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଭିଜିଲାନ୍ସ ବିଭାଗ ୩୫୦୦ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଫେରାର ଏଏସ୍ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।