oum

ଭୁବନେଶ୍ୱର ଭଳି ମୁକୁଳା ଡ୍ରେନ୍‌ରେ କେବେ ପଡିବ ଶିଶୁ ?

jsm
  • ଡ୍ରେନ୍‌ ମୁକୁଳା ରଖି ଲୋକଙ୍କ ଜୀବନ ସହିତ ଖେଳ

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ଜୁନ ୧୯ ତାରିଖ ଦିନ ଭୁବନେଶ୍ଵରରେ ଏକ ମୁକୁଳା ଡ୍ରେନ୍‌ରେ ଜଣେ ନିଃସ୍ୱାପ ଶିଶୁ ପୁତ୍ର ପଡି ମୃତ୍ୟୁ ବରଣ କରିଥିବା ସାରା ରାଜ୍ୟକୁ ଥରାଇ ଦେଇଥିବା ଘଟଣାରୁ ବରଗଡ଼ ପ୍ରଶାସନ କିଛି ଶିକ୍ଷା ଲାଭ କରି ପାରିଲା ନାହିଁ । ସମ୍ଭବତଃ ଆଉ ଜଣେ ଶିଶୁଙ୍କ ଡ୍ରେନ୍‌ରେ ପଡି ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ପ୍ରଶାସନ ଅପେକ୍ଷା କରୁଛି ବୋଲି ଲୋକେ କୁହାକୁହି ହେଉଛନ୍ତି । ବରଗଡ଼ର ବ୍ୟସ୍ତ ବହୁଳ ରାସ୍ତା ଜର୍ଜ ହାଇସ୍କୁଲ ପଡ଼ିଆ ସାମ୍ନାରେ ଦୀର୍ଘଦିନ ହେଲା ମୁକୁଳା ରହିଥିବା ଡ୍ରେନ୍‌ରେ କେବେ ଏକ ବଡ ଦୁର୍ଘଟଣା ହେବ ଅପେକ୍ଷା କରାଯାଉଛି । ଅବଶ୍ୟ କୌଣସି ଏକ ବଡଧରଣର ଦୁର୍ଘଟଣା ପରେ ଆଉ ଡ୍ରେନ୍‌ଗୁଡିକ ମୁକୁଳା ରହିବ ନାହିଁ ଏବଂ ବରଗଡ଼ର ନବନିର୍ବାଚିତ ପ୍ରିୟ ସାଂସଦ ଓ ବିଧାୟକ ଡ୍ରେନ୍‌ରେ ପଡି ମୃତ୍ୟୁବରଣ କରିଥିବା ତଥାକଥିତ ଶିଶୁ ପୁତ୍ର କିମ୍ବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଅନୁକମ୍ପା ରାଶି ଘୋଷଣା କରି ନିଜର କର୍ତ୍ତବ୍ୟ ସମାପନ କରିବେ ।

Leave A Reply

Your email address will not be published.