ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ ହୋଇଛନ୍ତି । ଓବିସି ମୋର୍ଚ୍ଚା ତରଫରୁ ପ୍ରକାଶିତ ପ୍ରେସ ରିଲିଜ ଅନୁଯାୟୀ ଦେଶର ୪୨ ଜଣ ସଭ୍ୟଙ୍କ ମଧ୍ୟରୁ ଓଡିଶା ରାଜ୍ୟରୁ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ସାହୁଙ୍କ ସୁଦକ୍ଷ ସଂଗଠନ, ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ତଥା ବିଭିନ୍ନ କାର୍ଯ୍ୟକଳାପର ପାରଦର୍ଶିତାକୁ ଆଖି ଆଗରେ ରଖି ଏଇ ଗୁରୁଦାୟିତ୍ୱ ଦିଆଯାଇଛି । ସଂପ୍ରତି ସ୍ଥିତିରେ ବିଜେପି ଦଳର ସଙ୍ଗଠନ ସହ ମହିଳା ସଂଗଠନକୁ ଆଗକୁ ନେବାର ପ୍ରୟାସରେ ସେ ସଂକଳ୍ପ ନେବା ପ୍ରତିଜ୍ଞାବଦ୍ଧ ଅଟନ୍ତି । ଏ ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀମତୀ ସାହୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ରଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେ ଲକ୍ଷ୍ମଣ, ଓଡ଼ିଶା ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ ଜିଲ୍ଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.