ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସ୍ବାଧୀନତା ପାଇଁ ମାତ୍ର ୧୨ ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା ଏହି ଅମର ବୀରଙ୍କ ତ୍ୟାଗ ଓ ବୀରତ୍ଵ ସର୍ବଦା ସ୍ମରଣୀୟ ହୋଇ ରହିବ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.