
ଭୁବନେଶ୍ୱର, (କେପିଏନ୍ଏସ୍) : ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି ଯେ, ‘ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଆଗାମୀ ଦିନରେ ସମସ୍ତଙ୍କର ଆହୁରି ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।’