୨୨ରେ ମୁଖ୍ୟମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ : ଋଣ ଛାଡ ଘୋଷଣା କରିବେ କି ମୁଖ୍ୟମନ୍ତ୍ରୀ, ଚାଷୀ ମହଲରେ ଆଲୋଚନା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଶାସନିକ ଅଧିକାରୀ ତଥା ଶାସକ ଦଳ ନେତାଙ୍କ ମଧ୍ୟରେ ଜୋର ଉତ୍ସାହ ଦେଖିବାକୁ ମିଳିଛି । ତେବେ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ଅଞ୍ଚଳର ଚାଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ନେଇ ଅଧିକ ଆଶାବାଦୀ ହୋଇପଡିଥିବା ପରଲିକ୍ଷିତ ହୋଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ଚାଷୀଙ୍କ ଆଶା ରହିଛି ଯେ, ମୁଖ୍ୟମନ୍ତ୍ରୀ ଉକ୍ତ ଅଞ୍ଚଳ ଗସ୍ତ ସମୟରେ ଚାଷୀଙ୍କ ଋଣ ଛାଡ ତଥା ମରୁଡି ଘୋଷଣା କରିବେ କି ବୋଲି ଅନେକ ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.