
ଚଣ୍ଡିଗଡ : ଚରଣଜିତ୍ ସିଂହ ଚନ୍ନି ହେଲେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍ ରାୱତ । ଟ୍ୱିଟ୍ କରି ହରିଶ୍ ରାୱତ କହିଛନ୍ତି, ‘ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ପରେ ଚନ୍ନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ରେ ମୋହର ମାରିଛି ପଞ୍ଜାବ କଂଗ୍ରେସ ।’ ତେବେ ଗତକାଲି କ୍ୟାପଟେନ୍ ଅମରିନ୍ଦର ସିଂହ ସିଏମ୍ ପଦରୁ ଇସ୍ତଫା ଦେବା ପରେ କିଏ ଧରିବ ମଙ୍ଗ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଚରଣଜିତ୍ ସିଂହ ଚନ୍ନିଙ୍କ ନାଁ ରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ ।