ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ୍‌.ମୁରଲିଧରଙ୍କ ବରଗଡ଼ ଜିଲ୍ଳା ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ-କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରାଯାଇ ପାରିବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ୍‌. ମୁରଲିଧର ମତ ଦେଇଥିଲେ । ବରଗଡ଼ ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷଠାର ଆଜି ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଏଥିରେ ସଂଘର ସଭାପତି କୁଶ ପ୍ରଧାନ ସଭାପତିତ୍ୱ କରିଥିଲେ ।ଜିଲ୍ଳା ଓକିଲ ସଂଘର ସଂପାଦକ ହରିହର ପ୍ରଧାନ ଓକିଲଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ୍‌ ମୁରଲିଧରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ଅଦାଲତର ମାନ୍ୟବର ବିଚାପତିଗଣ, ଆଇନଜୀବୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଆଇନଜୀବୀମାନେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.