ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଇ ମାସ ୧ ତାରିଖରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲାଯିବ । ରାଜ୍ୟରେ ଥିବା ୩୪୨ଟି ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ପ୍ରସ୍ତୁତ ରହିବ । ସେହିପରି ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିବ। ମହିଳା ଓ ଶିଶୁବିକାଶ, ଜଳ ସମ୍ପଦ, ଗ୍ରାମ୍ଯଉନ୍ନୟନ ଏବଂ କୃଷି ବିଭାଗ ଆଗୁଆ ପଦକ୍ଷେପ ଗ୍ରହଣ କରିବେ। ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଦ୍ୟୁତ ଯୋଗାଣ ପୁନରୁଦ୍ଧାର କରାଯିବ । ବାତ୍ୟା ପରିସ୍ଥିତିରେ ଫୁଡ୍‌ ଓଡିଶା ବିଭାଗକୁ ଦୁର୍ଗମ ଅଞ୍ଚଳ ପାଇଁ ଆଗୁଆ ଖାଦ୍ୟ ଓ ପିଡିଏସ୍ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ବିଭାଗ ପକ୍ଷରୁ ବାତ୍ୟା ତଥା ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକ ଫସଲ ଉପଦେଶ ପ୍ରସାର କରାଯିବ । ସମ୍ବେଦନଶୀଳ ଅଞ୍ଚଳରେ ଆଗୁଆ ମୋବାଇଲ୍ ଟାୱାର ନିୟୋଜିତ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.