ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ରାଉରକେଲା ସ୍କୁଲ ଫର ଦି ଡିଫ୍ (ମୁକ ବଧିର ବିଦ୍ୟାଳୟ)ରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଦେଶର ବରପୁତ୍ର ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ରାଉରକେଲାର ବିଶିଷ୍ଟ ଶିଳ୍ପପତି ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ର ସମ୍ପାଦକ ପ୍ରଦୀପ କୁମାର ଦାସ ମୁଖ୍ୟଅତିଥି ତଥା ରାଉରକେଲା ତଥା ଦେଶର ପୂର୍ବତନ କ୍ରୀଡାବିତ ଓ ସେୟାର ନିଦ୍ଦେର୍ଶକ ନିଖିଲ କଳାକାର ପ୍ରଧାନ, ସେୟାରର ସଭାପତି ସମାଜସେବୀ ବିଜୟ କୁମାର ଦାସ, ଅନୁଷ୍ଠାନର ସମ୍ପାଦକ ଅଶୋକ କକ୍କଡ, ପ୍ରୋଜେକ୍ଟ ସମ୍ପାଦକ ରାକେଶ ଗୋୟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଧ୍ୟାନଚାନ୍ଦଙ୍କ ଶୃଙ୍ଖଳିତ ଜୀବନ ଓ ବ୍ୟକ୍ତିଗତ ଜୀବନ ସହ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ କ୍ରୀଡା ଶିକ୍ଷକ ଓ କ୍ରୀଡାବିତ ମାନଙ୍କର ଦେଶ ପ୍ରେମ ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଟିତ ସଭାରେ ଶ୍ରୀ ଗୋୟେଲ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକ୍ରମ ଯାହା ରୋଟାରୀ କ୍ଲବ ରାଉରକେଲା ମିଡ ଟାଉନ ଦ୍ଵାରା ସମ୍ଭବ ହୋଇପାରିଛି । ସେ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ କକ୍କଡ ବିଦ୍ୟାଳୟ ପରିଚାଳନା ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟପନ୍ଥା ବିଷୟ ଉପରେ ଆଲୋକପାତ କରିଥିଲେ । ସମାଜସେବୀ ଶ୍ରୀ ଦାସ ବିଦ୍ୟାଳୟର ସମସ୍ତ ଉନ୍ନତି ପାଇଁ ସହଯୋଗର କାମ୍ୟ ଅଭିବ୍ୟକ୍ତ କରିବା ସହ ପିଲାମାନଙ୍କର ଶିକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଭୂରି ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନର ପ୍ରଶାସକ ତଥା ଏସିଆ ପାସିଫିକ ନ୍ୟାସନାଲ ପ୍ରଶିକ୍ଷକ ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ସାଙ୍କେତିକ ଜାତୀୟ ସଙ୍ଗୀତ ଗାନ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଅତିଥି ପରିଚୟରୁ ଆରମ୍ଭ କରାଯାଇ, ଭିନ୍ନକ୍ଷମ ଜାତୀୟ ଓ ରାଜ୍ୟସ୍ତରରେ କୃତକାର୍ଯ୍ୟ ହୋଇଥିବା ଖେଳାଳୀମାନଙ୍କୁ ସମ୍ମାନିତ କରିବା ସହ ସମାପନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ନାୟକ ସକ୍ରୀୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରାଜଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସାଙ୍କେତିକ ଭାଷାରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସୁନିତା ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.