oom

ଗ୍ରାସୀମ କମ୍ପାନୀରେ କ୍ଲୋରିନ ଗ୍ୟାସ ସମ୍ପର୍କିତ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜିଲ୍ଲା ପ୍ରଶାସନ ଏବଂ ଗ୍ରାସୀମ କମ୍ପାନୀ ପକ୍ଷରୁ କ୍ଲୋରିନ ଗ୍ୟାସ ଲିକ ସମୟରେ କିଭଳି ଜନଜୀବନ ସୁରକ୍ଷିତ ରହିବ ସେନେଇ ଏକ ମକଡିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କମ୍ପାନୀ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମକ୍‌ଡ୍ରିଲ କାର୍ଯ୍ୟକ୍ରମରେ ଏଡିଏମ୍‌ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଡେପୁଟି କଲେକ୍ଟର ଅଭିଷେକ ସାହୁ, ଛତ୍ରପୁର ଏଡିସନାଲ ଏସ୍‌ପି ଚିନ୍ମୟ କୁମାର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗଞ୍ଜାମ ଏନ୍‌ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ୟୁନିଟ ହେଡ଼ ଅଜୟ ଗୁପ୍ତା, ଆସିଷାଣ୍ଟ ଡାଇରେକ୍ଟର ଏଫଏଣ୍ଡବି ରଞ୍ଜିତ କୁମାର ନାୟକ, ଡିପିଓ ଓଏସ୍‌ଡିଏମ୍‌ ଦେବେନ୍ଦ୍ର ନାୟକ, ଷ୍ଟେଟ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଦୀପକ କୁମାର ସାହୁ, ଆସିଷଣ୍ଟ ଫାୟାର ଅଫିସର ଧନୁର୍ଜୟ ମଳିକ, ମେଡିକାଲ ଅଫିସର ଡ଼ଃ. ହେମନନ୍ଦ ପଣ୍ଡା, ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ୟାସ ନିର୍ଗତ ସମୟରେ କିଭଳି ଏହାର ମୁକାବିଲା ହୋଇପାରିବା ତାହା ଡେମୋ କରି ଦେଖାଇଥିଲେ ଗ୍ରାସୀମ କମ୍ପାନୀ କର୍ମଚାରୀ । କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ସେଫିଟରେ କାମ କାମ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.