ବାଳିକା ପ୍ରତି ଭେଦଭାବର ଚିତ୍ର ଦେଖାଇଲା ନାଟକ ‘ ମୁଁ କାହିଁକି ଅଲଗା ‘ ମଞ୍ଚସ୍ଥ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଶିକ୍ଷା ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରିପାଲିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଆରସିସି ସଞ୍ଜୟ କୁମାର ପଟେଲ ମୁଖ୍ୟ ଅତିଥି, ବୁଲୁ ମାଝୀ, ନୂଆଦେଇ କୁମ୍ଭାର ଓ ପ୍ରଧାନ ଶିକ୍ଷକ ଚୈତନ୍ୟ ଚରଣ ଦାଶ ମଂଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । କ୍ରୀଡା ପ୍ରତିଯୋଗିତା ଓ ପ୍ରଥମ ସମାପ୍ତି ସୂଚକ ମୂଲ୍ୟାୟନରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ପୁରସ୍କୃତ କରାଯିବା ସହ ରାଜକୁମାର ସାହୁଙ୍କ ଲିଖିତ ନାଟକ ‘ ମୁଁ କାହିଁକି ଅଲଗା ‘ ସମସ୍ତଙ୍କର ମନ ମୋହିଥିଲା । ପରିବାରରରୁ ହିଁ ଝିଅ ମାନଙ୍କ ପ୍ରତି ଭେଦଭାବର ଆରମ୍ଭ ହୋଇଥାଏ । ପୁଅ ଓ ଝିଅଙ୍କୁ ସମାନ ସୁଯୋଗ ଓ ସୁବିଧା ଯୋଗାଇଦେବା ପାଇଁ ନାଟକରେ ବାର୍ତ୍ତା ଦିଆଯାଇଥିଲା । ବହୁ ଅବିଭାବକ ତଥା ଗ୍ରାମବାସୀ ନାଟକର ଭୁରି ଭୁରି ପ୍ରଶଂସା କରିଥିଲେ । ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶିକ୍ଷକ ଗୌରଚରଣ ହୋତା ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.