ଆସିଲା ଗରିବ ପାଣ୍ଡେର ଶବ ବ୍ୟବଚ୍ଛେଦ ରିପୋର୍ଟ : ତଣ୍ଟି ଚିପି ହତ୍ୟା କରାଯାଇଛି

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଳ ନଦୀ ପଠାରୁ ଗତ ୧୫ ତାରିଖରେ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେର ମୃତ ଦେହକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆତ୍ମହତ୍ୟା ନା ହତ୍ୟା ତାହା, ସନ୍ଦେହ ଘେରରେ ରହିଥିଲା । ହେଲେ ଗୋବିନ୍ଦକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ, ଗରିବକୁ ଏକ ପତଳା ରସି ଭଳି କୌଣସି ଏକ ଜିନିଷରେ ତଣ୍ଟି ଚିପି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ପାଇଁ ତେଲନଦୀକୁ ପିଙ୍ଗି ଦିଆଯାଇଛି ।

Leave A Reply

Your email address will not be published.