ପଥରରେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଶେଷ କୃତ୍ୟ ସମ୍ପନ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (୪୨) ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (୨୪)ଙ୍କ ପଥରରେ ଚାପି ହୋଇ ମୃତ୍ୟୁ ଘଟଣାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା । ଉଭୟ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମ ନିକଟସ୍ଥ ପଥରକୁଆଁରୀରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟା ବେଳେ ପଥରରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶୁକ୍ରବାର ରାତ୍ର ୯ଟା ବେଳେ ଏହି ଦୁଃଖଦ ଘଟଣା ଗ୍ରାମରେ ପହଞ୍ଚିବା ପରେ ଉଭୟ ଗ୍ରାମରେ ଆତ୍ମୀୟ ସ୍ୱଜନ ମଧ୍ୟରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା । ଫଳରେ ଉଭୟ ଗ୍ରାମର ୮୦ ପ୍ରତିଶତ ଘରେ ଚୁଲି ଜାଳି ନଥିବା ଲକ୍ଷ କରାଯାଇଛି । ନାରାୟଣ ପୂର୍ବରୁ ଗୁଜରାଟ ରାଜ୍ୟରେ ଦାଦାନ ଖଟୁଥିବା ବେଳେ ପ୍ରାୟ ୮ମାସ ହେଲା ସେ ଜୈନେକ ବନ୍ଧୁଙ୍କ ସହଯୋଗରେ ମୋହନା ଅଞ୍ଚଳରେ ପଥର କୁଆଁରୀରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରିଆସୁଥିଲେ । ସେହିପରି ବିଷ୍ଣୁ ନାୟକ କିଛି ବର୍ଷ ତଳେ ନିଜର ଭଉଣୀ ବିବାହ ପାଇଁ ଶସ୍ୟକ୍ଷେତ୍ରକୁ ବିକ୍ରି କରିଦିଆଯାଇଥିଲା । ତଥାପି ଋଣଭାରରେ ପରିବାର ବୁଡି ରହିବା ଯୋଗୁଁ ସେ ବାଧ୍ୟ ହୋଇ ମାମୁଁଙ୍କ ସହ ପଥର କୁଆଁରୀରେ ଖଟିବା ପାଇଁ ଗଜପତି ଜିଲ୍ଲାକୁ ଯାଇଥିଲେ । ବାପା ଓ ମା’ମଧ୍ୟ ଗ୍ରାମରେ ମୂଲ ଲାଗି ଚଳୁଥିବା ବେଳେ ବାପା ମା’ଙ୍କ ନିକଟରେ ସାନ ଭାଇ ରହୁଥିଲେ । ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଦୁଇଭାଇ ଅବିବାହିତ ରହିଥିବା ବେଳେ ବିଷ୍ଣୁ କରଜ ଅର୍ଥ ପରିଶୋଧ କରିବା ନେଇ ଅନ୍ୟଜିଲ୍ଲାରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରିବା ପାଇଁ ଯିବାକୁ ବାଧ୍ୟ ହୋଇଥିଲେ । ଆଜି ନିଜ ନିଜ ଗ୍ରାମରେ ସେମାନଙ୍କ ଶବ ମଶାଣିରେ ଦାହ କରାଯାଇଛି । ବାପାଙ୍କୁ ହରାଇ ପୁଅ ଝିଅ ଭୋ ଭୋ ହୋଇ କାନ୍ଦୁଛନ୍ତି । ବଞ୍ଚିବା ପାଇଁ ସେମାନେ ସରକାରଙ୍କ ସାହାଯ୍ୟକୁ ଚାହିଁ ରହିଛନ୍ତି ।

Leave A Reply

Your email address will not be published.