ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ମୃତ୍ୟୁ ଘଟଣା : ୩ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ପୁଟେଲ ମୃତ ଦେହ ନିକଟ ବୁଦ୍ଧିଆ ଜଙ୍ଗଲରୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ କରି ପୋଲିସ ସେହି ଗାଁର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମୃତ ବୃଦ୍ଧ ଜଗନ୍ନାଥ ପଟେଲ ଗତ ଗତ ମଙ୍ଗଳବାର ଦିନ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ । ବୃଦ୍ଧଙ୍କ ନିଖୋଜ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା । ସକାଳୁ ନିଜ ଚାଷ ଜମିକୁ ଯାଇ ସେ ଆଉ ଘରକୁ ଫେରିନଥିଲେ । ବୁଧବାର ଦିନ ପରିବାର ସଦସ୍ୟ ଓ ଗ୍ରାମବାସୀ ମିଶି ଜଙ୍ଗଲରେ ଖୋଜାଖୋଜି କଲା ପରେ ମୃତଦେହ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବେବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଖଡ଼ିଆଳ ପୋଲିସ ଏନେଇ ଏକ ମାମଲା ୪୨୯/୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର କିଛି ଦୂରତାରେ ବିଛା ହୋଇଥିବା ବିଦ୍ୟୁତ ତାରକୁ ଜବତ କରିଥିଲା । ଆଜି ଏହି ମାମଲାରେ ପଦମପୁର ଗାଁର ୩ ଯୁବକ ଧନେଶ୍ୱର କୈବର୍ତ୍ତ, ଜଗଦୀଶ ପଟେଲ ଓ ଦାଶରଥି ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.