ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ । ତାଙ୍କର କିମ୍ଭିରିଆପାଳ ପଞ୍ଚାୟତର ସଂଖାରିଗଡା ଛକଠାରେ ଏକ ଲୁଗା ଦୋକନ ରହିଛି । ସୂଚନାଯୋଗ୍ୟ, ସିପୁ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ସମୟରେ ବୁଡ଼ି ଯାଇଥିଲେ । ଅନେକ ସମୟ ପୋଖରୀରୁ ନ ଆସିବା ପରେ ତାଙ୍କ ସାଥୀରେ ଯାଇଥିବା ଅନ୍ୟ ଏକ ନାବାଳକ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସିପୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.