ଡ୍ୟାମ୍‌ରେ ବୁଡି ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୀତାମହଲ ଡ୍ୟାମରେ ବୁଡିଯାଇ ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ଆର୍‌ଏସ୍‌ପି ମ୍ୟାନେଜର ବିଶ୍ୱଜିତ ଜେନା । ସାଙ୍ଗ ସାଥୀଙ୍କ ସହ ସେ ଭୋଜି କରିବାକୁ ମନ୍ଦିର ଡ୍ୟାମ ନିକଟକୁ ଯାଇଥିଲେ। । ଡ୍ୟାମରେ ଗୋଡ଼ ଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯିବାରୁ ବିଶ୍ୱଜିତ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ୟାମରେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

Leave A Reply

Your email address will not be published.