ଟ୍ରାକ୍ଟରରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲାର ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ-ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ବୁରୁବୁଡା ଶିବ ମନ୍ଦିର ନିକଟରେ ଜଣେ ଯୁବକ ଟ୍ରାକ୍ଟର ଖସିପଡିବାରୁ ତାଙ୍କର ପ୍ରାଣ ଚାଲିଯାଇଛି । ସୁଚନାମତେ କୋଇଲିସୁତା ଗ୍ରାମର ଅନନ୍ତ କର୍ଣ୍ଣ(୩୫) ନାମକ ଜଣେ ଯୁବକ ଟ୍ରାକ୍ଟରରେ ବସି ଆସୁଥିବା ବେଳେ କୌଣସି ମତେ ଉକ୍ତ ଯୁବକ ଜଣକ ଖସି ପଡିଥିଲେ । ଫଳରେ ଯୁବକ ଜଣକ ଟ୍ରାକ୍ଟର ପଛ ଚକରେ ଚାପି ହୋଇ ଯାଇଥିଲେ । ପରେ ସ୍ଥାନୀୟ ଲୋକମାନଙ୍କ ସହାୟୟତାରେ ଚାରିଛକ ଦମକଳ ବାହିନୀକୁ ଫୋନ୍ କରି ପୁରୁଣାକଟକ ମେଡିକାଲ୍ ନିଆଯାଇଥିଲା । ଯୁବକ ଜଣକର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ଯୌନାଙ୍ଗରେ ଗଭିର ଆଘାତ ହୋଇଥିଲା । ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.