ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଅଣାଯିବାକୁ ସରକାରଙ୍କୁ ନିବେଦନ

ନୂଆପଡା, (ନିରାକାର ମେହେର) : ରୋଗୀଣା ପୁଅର ଚିକିତ୍ସାରେ ଅର୍ଥର ଅଭାବ ହେବାରୁ ବଳମତ ହଂସ ଗାଁ ଲୋକଙ୍କ ସହ ବାଙ୍ଗାଲୋରକୁ ଦାଦନ ଖଟି ଯାଇଥିଲେ । ଗତକାଲି ଖବର ଆସିଲା ବଳମତ ହଂସଙ୍କ କ୍ଷତବିକ୍ଷତ ମୃତଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର ହୋଇଛି । ଶବ ବାଙ୍ଗାଲୋରରୁ କେମିତି ନିଜ ଗାଁକୁ ଆସିବ ପରିବାର ସଦସ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ୧୧ ବର୍ଷର ପୁଅ ଜୟସିଂହ ହଂସ ରୋଗୀଣା । ତାଙ୍କ ସିକଲସେଲ ଓ ଯକୃତ ସମସ୍ୟା ଅଛି । ପୁଅର ଉପଯୁକ୍ତ ଚିକିତ୍ସା ପାଇଁ ଅନେକ ଚେଷ୍ଟା କଲେ ବାପା ବଳମତ ହଂସ । କିନ୍ତୁ ଚିକିତ୍ସାରେ ଅର୍ଥାଭାବ ହେବାରୁ ଗାଁ ଲୋକଙ୍କ ସହ ଗତ ବର୍ଷ ମାର୍ଚ୍ଚ ମାସରେ ବାଙ୍ଗାଲୋର ନିକଟ ଯଶବନ୍ତପୁରକୁ କାମ କରି ଯାଇଥିଲେ । ବଳମତ ଜଣେ ରାଜମିସ୍ତ୍ରୀ । ତେଣୁ ସେ ଘର ନିର୍ମାଣ କାମ କରୁଥିଲେ, ପୁଅର ଚିକିତ୍ସା ପାଇଁ ପ୍ରତି ମାସରେ ଟଙ୍କା ପଠାଉଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ଫୋନରେ କୁରତୁର କର୍ଣ୍ଣାଟକ ପୋଲିସ କୁରତୁର ନିକଟ ରେଳ ଲାଇନରେ କ୍ଷତବିକ୍ଷତ ବଳମତଙ୍କ ଶବ ପଡିଥିବାର ସୂଚନା ଦେଇଥିଲା । ଏବେ ସେଠାକୁ ଯାଇ ଶବ କେମିତି ଆଣିବେ ସେ ଚିନ୍ତାରେ ପରିବାର ଲୋକ ।

Leave A Reply

Your email address will not be published.