ଘୁଚିପାଲି ଛକରେ ହୋଇଥିବା କାର୍‌ ଦୁର୍ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦେଓଗାଁ ରାସ୍ତା ଘୁଚିପାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାର୍‌ରେ ଥିବା ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମହିଳା ହୋଇଥିବା ବେଳେ ତାଙ୍କ ନାମ ସ୍ନେହଲତା ବାରିକ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.