centurian jitm

ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର : ଝାରପଡା ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପ୍ରାଣକୃଷ୍ଣ ଦାସ ନାମକ ଜଣେ କଏଦୀ ଗଞ୍ଜେଇ କେସରେ ୭ ମାସ ହେବ ଜେଲ୍‌ ଭିତରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ୟୁନିଟ-୬ ଅକ୍ଷର କନ୍ଦର ବସ୍ତିରେ ରହୁଥିଲେ । ତେବେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ବେଳେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.