ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣଗଲା

ଝାରୁସୁଗଡ଼ା : ୧୦ ନଂ. ରାଜ୍ୟ ରାଜପଥ ଦୁର୍ଲଗା ନିକଟରେ ଗତକାଲି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ରାଉରକେଲା ୧୯ ନଂ. ସେକ୍ଟର ଅଞ୍ଚଳର ସମରେନ୍ଦ୍ର ଭଞ୍ଜଦେଓ(୪୫) ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଗତକାଲି ସକାଳୁ ଶିବଗୌରୀ ନାମକ ଏକ ଯାତ୍ରୀ ବାହୀ ବସ୍‌ରେ ସେ ବ୍ରହ୍ମପୁରରୁ ରାଉରକେଲା ଆସୁଥିଲେ । ଦୁର୍ଲଗା ନିକଟରେ ସେ ବସ୍‌ରୁ ଓହ୍ଲାଇ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇ ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.