ସିଡିରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ସଦର ଖପ୍ରାଖୋଲଠାରେ ରବିବାର ରାତିରେ ଏକ ଅଘଟଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ମର୍ମାହତ ହୋଇଥିବା ବେଳେ ଚାରିଆଡେ ଶୋକର ବାତାବରଣ ଦେଖାଦେଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଗ୍ରାମର ଗୋକୁଳ ବରିହାଙ୍କ ସାନ ପୁଅ ତରୁଣ ବରିହା (୧୭) ରାତ୍ରି ଭୋଜନ କରି ସାରିଲା ପରେ ନିଜ ଘର ଛାତ ଉପରକୁ ଶୋଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ରାତି ୧୨ଟା ବେଳେ ସେ ସିଡ଼ିରୁ ଓହ୍ଲାଉଥିବା ସମୟରେ ହଠାତ୍‌ ତାଙ୍କ ଗୋଡ ଖସି ଯାଇଥିଲା । କୋଡିଏ ତିରିଶ ଫୁଟ ଉପରୁ ତଳେ ପଡିଥିବାରୁ ତାଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା, ଫଳରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ । ତାଙ୍କଘର ଲୋକେ ତରୁଣଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇ ପହଞ୍ଚାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖପ୍ରାଖୋଲ ପୋଲିସ ଖବର ପାଇ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ ନଂ ୧୧/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଅନୁସନ୍ଧାନ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.